ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଥମିବାର ନାଁ ନେଉନି ରୁଷ-ୟୁକ୍ରେନ୍ ଯୁଦ୍ଧ। ଆଜିକୁ ଯୁଦ୍ଧର ୫୫ ଦିନରେ ମଧ୍ୟ ଲଢ଼େଇ ଜାରି ରହିଛି । ଦୁଇ ଦେଶର ଯୁଦ୍ଧ ଉପରେ ରୋକ୍ ଲଗାଇବାକୁ ଅନେକ ଦେଶ ଅପିଲ କରିଛନ୍ତି । ହେଲେ କୌଣସି ସ୍ଥାୟୀ ସାମାଧାନ ବାହାରିନାହିଁ । ରୁଷ ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ମଧ୍ୟ ରୁଷ ଉପରେ ପ୍ରତି ଆକ୍ରମଣ କରୁଛି । ଏହାରି ଭିତରେ ରୁଷ ଦାବି କରିଛି ମାରିୟୁପୋଲ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ରୁଷର ଏହି ଦାବିକୁ ମଧ୍ୟ ସ୍ୱୀକାର କରିଛି ୟୁକ୍ରେନ୍ । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ମାରିୟୁପୋଲରେ ପରିସ୍ଥିତି ସଙ୍ଗୀନ ରହିଛି । ହେଲେ ଆମେ ରୁଷ ସୈନିକଙ୍କୁ ଠିକ୍ ଉତ୍ତର ଦେଇଛୁ । ସେପଟେ ରୁଷ ଖୁବଶୀଘ୍ର ୟୁକ୍ରେନ ଉପରେ ‘ପରମାଣୁ’ ଆକ୍ରମଣ ଆରମ୍ଭ କରିପାରେ । ଏନେଇ ଅନୁମାନ କରାଯାଉଛି । ରୁଷ ଏନେଇ ୟୁକ୍ରେନ୍କୁ ଚେତାବନୀ ଦେବା ସହ ପୁଟିନଙ୍କ ଏହି ସମ୍ଭାବନା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ବାଧ୍ୟ କରୁଛି । ଖାଲି ସେତିକି ନୁହେଁ ରୁଷ ୟୁକ୍ରେନ୍ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିବା ନେଇ ମଧ୍ୟ କହିଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତକୁ ବାତିଲ କରିଛନ୍ତି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ୟୁକ୍ରେନ୍ ଗସ୍ତ କରିବେ ନାହିଁ ବାଇଡେନ୍ । ରୁଷ-ୟୁକ୍ରେନ୍ ୟୁଦ୍ଧର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ବିଡେନଙ୍କୁ କହିଥିଲେ।
More Stories
ଜାଲିକାଟୁ ଖେଳରେ ୭ ମୃତ,୪୦୦ରୁ ଅଧିକ ଆହତ….
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ସୈଫ୍ଙ୍କୁ ଆକ୍ରମଣ:ସନ୍ଦୀଗ୍ଧ ଆକ୍ରମଣକାରୀ ଗିରଫ…..