Report Card Odisha

| Daily Odia News

ହାଜତ ମୃତ୍ୟୁ ମାମଲାର ବଦଳିଲେ ତଦନ୍ତକାରୀ ଅଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ଏନଏଚଆରସି ଗାଇଡ଼ ଲାଇନ ଅନୁସାରେ ବଦଳିଲେ ଏସଆଇ ଏସ. କେ. ବେହେରା । ଆଇଆଇସି ରାଙ୍କର ଜଣେ ଅଧିକାରୀ ଏହି ମାମଲାର ତଦନ୍ତ ଅଧିକାରୀ ହେବ । ପୋଷ୍ଟମଟର୍ମ ରିପୋର୍ଟ ସହ କେଉଁ ପରିସ୍ଥିତିରେ ସେ ଆସିଲେ କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ମେଡିକାଲ ନେଲେ ସେ ଦିଗରେ ହେବ ତଦନ୍ତ । ଏନଏଚଆରସି ଗାଇଡ଼ ଲାଇନ ଅନୁସାରେ ତଦନ୍ତ ହେଉଛି ନା ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ । ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ଦିଆଯିବ । ଡିସିପି ଏହି ରିପୋର୍ଟ ଏନଏଚଆରସିକୁ ପଠାଇବେ ବୋଲି ସୂଚନା ମିଳିଛି ।

 

Breaking News