Report Card Odisha

| Daily Odia News

ୟୁକ୍ରେନରେ ଭୟଙ୍କର ଆକ୍ରମଣ, ୧୨ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନର ପ୍ରମୁଖ ସହରଗୁଡ଼ିକରେ ରୁଷ୍‌ ଆଜି ଆକ୍ରମଣ କରିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରିରୁ କେନ୍ଦ୍ରୀୟ ୟୁକ୍ରେନର ଡିନିପ୍ରୋ, କ୍ରେମେନଚୁକ ଏବଂ ପୋଲଟଭା, ଦକ୍ଷିଣ‌ରେ ମାଇକୋଲେଭ ଏବଂ ରାଜଧାନୀ କିବ୍‌ରେ ପ୍ରବଳ ବୋମାବର୍ଷା ହେଉଛି। ଅନ୍ୟପକ୍ଷରେ ରୁଷ୍‌ର ୨୧ଟି କ୍ରୁଜ ମିସାଇଲକୁ ୟୁକ୍ରେନ୍‌ ସେନା ଖସାଇ ଦେଇଥିବା ଦାବି କରିଛି । ଦକ୍ଷିଣ ପୂର୍ବ ସହର ଡିନିପ୍ରୋରେ ଏକ ଘରେ ମିସାଇଲ ମାଡ଼ ହେବା ଫଳରେ ଜଣେ ୨ ବର୍ଷୀୟା ଶିଶୁ ଏବଂ ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। କେନ୍ଦ୍ରୀୟ ସହର ଉମାନରେ ୟୁକ୍ରେନର ଆକ୍ରମଣ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୭ ଜଣ ଆହତ ହୋଇଛନ୍ତି। ଲୋକମାନେ ଶୋଇଥିବା ବେଳେ ରୁଷ୍‌ ୟୁକ୍ରେନ ସହର ଉପରେ ମିସାଇଲ ବର୍ଷା କରିଛି। ପ୍ରାୟ ୨ ମାସର ବ୍ୟବଧାନ ପରେ ରୁଷ୍‌ ଆଜି ଏହି ଆକ୍ରମଣ କରିଛି। ରୁଷ୍‌ର ଆକ୍ରମଣ ଯୋଗୁଁ କିବ୍‌ରେ ମଧ୍ୟ ଅନେକ ପ୍ରତିଷ୍ଠାନ ଛାରଖାର ହୋଇଯାଇଛି। ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନ୍‌କୁ ଅସ୍ତ୍ରଯୋଗାଣ ଜାରି ରଖିଥିବାରୁ ଏହାର ଜବାବରେ ରୁଷ୍‌ ଆକ୍ରମଣକୁ ଅଧିକ ତୀବ୍ର କରିଛି।

 

 

 

Breaking News