ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷର ଏକ ୟୁନିଭର୍ସିଟିରେ ଗୁଳିକାଣ୍ଡ ଘଟିଛି | ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଜଣେ ସୁଟର୍ ରୁଷର ବିଶ୍ୱବିଦ୍ୟାଳୟରେ ଗୁଳି ଚାଳନା ଯୋଗୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ରୁଷ୍ର ପର୍ମ ଷ୍ଟେଟ ୟୁନିଭରସିଟି ଉପରେ ହୋଇଥିବା ଆକ୍ରମଣରୁ ରକ୍ଷା ପାଇବା ପାଇଁ ଭୟଭୀତ ଛାତ୍ରମାନେ ଅଡିଟୋରିୟମ ଏବଂ ହଲରେ ଲୁଚି ରହିଥିଲେ। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଭୟଭୀତ ଛାତ୍ରମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଉଁଥିବା ଦେଖିବାକୁ ମିଳିଛି। ଏହି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରୁଷର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଳି ଚଳାଇଥିବା ଯୁବକ ୧୮ ବର୍ଷର ଟିମୁର ବେକମାନସୁରୋଭର ଘଟଣାସ୍ଥଳରେ ଗୁଳି ଚାଳନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପର୍ମ ସହର ରୁଷର ରାଜଧାନୀ ମସ୍କୋଠାରୁ ୭୦୦ ମାଇଲ ପୂର୍ବରେ ଅବସ୍ଥିତ।
More Stories
୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାହୁଲ…..
୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି…..
ଖାର୍ଗେଙ୍କୁ କ୍ଷମା ମାଗିଲେ ନଡ୍ଡା…..