ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ବ୍ୟବସାୟ କରୁଥିବା ବିଦେଶୀ କମ୍ପାନୀଗୁଡିକ ଭାରତୀୟ ନୀତି ନିୟମ ମାନିବାକୁ ବାଧ୍ୟ। ଯଦି ସେମାନେ ଭାରତୀୟ ନିୟମକୁ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା |ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଆଜି ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେଭରଲିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବା ସମୟରେ ଜୟଶଙ୍କର ଏପରି ଜବାବ ରଖିଛନ୍ତି। ଦ୍ବିପାକ୍ଷିକ କଥାବାର୍ତ୍ତା ସମୟରେ କ୍ଲେଭରଲି ନୂଆଦିଲ୍ଲୀ ଓ ମୁମ୍ବଇସ୍ଥିତ ବିବିସି କାର୍ଯ୍ୟାଳୟ ଉପରେ ହୋଇଥିବା ଆୟକର ଯାଞ୍ଚ ପ୍ରସଙ୍ଗ ଉଠାଇଥିଲେ। ଜବାବରେ ଜୟଶଙ୍କର ଜବାବ ଦେଇଥିଲେ। ଅର୍ଥ ମନ୍ତ୍ରଣାଳୟର କହିବା ଅନୁଯାୟୀ ଆୟକର ଯାଞ୍ଚ ସମୟରେ ବିବିସି ଏହାର ଟିକସ ପୈଠରେ ଅନିୟମିତତା ପ୍ରକାଶ କରିଥିବା ନଜରକୁ ଆସିଛି। ଗତ ଫେବୃଆରୀ ୧୪ରେ ଆୟକର ବିଭାଗ ବିବିସିର ଦୁଇ କାର୍ଯ୍ୟାଳୟ ଉପରେ କ୍ରମାଗତ ୫୮ଘଣ୍ଟା ଯାଞ୍ଚ କରିଥିଲା। ଏହାକୁ ନେଇ ଦେଶ ଓ ବିଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା। କାରଣ ବିବିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ବୃତ୍ତଚିତ୍ର ପ୍ରସାରଣ ପରେ ଏହି ଯାଞ୍ଚ ହୋଇଥିଲା।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..