ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ନବ ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି। ସାଲୁଜା କହିଛନ୍ତି, ହତ୍ୟା ପୂର୍ବରୁ ନବଙ୍କୁ କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା। ସେତେବେଳର ଏସ୍ପି ଓ ଜିଲ୍ଲାପାଳ ଦୂରେଇ ରହିବାକୁ କହିଥିଲେ। ସାଲୁଜା ଆହୁରି କହିଛନ୍ତି କି କୋଲ ବ୍ଲକରୁ ନବଙ୍କ ହତ୍ୟା ମାମଲାର ରହସ୍ୟ ଖୋଲିପାରେ। ସୂଚନା ଅନୁସାରେ, ନବଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ତାଙ୍କର ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି । ପରିବାର ସଦସ୍ୟଙ୍କ ଦ୍ୱାରା ସିବିଆଇ ତଦନ୍ତ ପାଇଁ ଦାବି କରାଯିବା ଓ ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟରେ ଗଣମାଧ୍ୟମ ଜରିଆରେ କ୍ରାଇମବ୍ରାଞ୍ଚ ତଦନ୍ତରେ ହୋଇଥିବା ନାନାଦି ତ୍ରୁଟି ପଦାକୁ ଆସିବାରେ ଲାଗିଛି। ଅନ୍ୟପଟେ ନବ ଦାସଙ୍କ ପୋଷାକକୁ ନେଇ ଏବେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନବ ଦାସଙ୍କୁ ଗୁଳିମାଡ ସମୟର ପୋଷାକ ଜବତ ତାଲିକାରେ ନ ଥିବା କଥା ଅଭିଯୁକ୍ତ ଗୋପାଳଙ୍କ ଓକିଲ କହିଛନ୍ତି। ଓକିଲଙ୍କ କହିବାନୁସାରେ, ଭୁବନେଶ୍ବରର ଯେଉଁ ଘରୋଇ ମେଡିକାଲରେ ନବଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରୁ ଗାଏବ ହୋଇଛି ନବ ଦାସଙ୍କ ପିନ୍ଧା ପୋଷାକ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..