ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉପଲବ୍ଧ ଥିବା ୧୦୨ ଆମ୍ୱୁଲାନ୍ସ ସେବାକୁ ୧୦୮ ନମ୍ୱର ସହ ମିଶ୍ରଣ କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ପ୍ରଚଳିତ ୧୦୮ ଆମ୍ୱୁଲାନ୍ସ ଏବେ ଗର୍ଭବତୀଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବ । ଏଣିକି ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର ଆମ୍ୱୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା ୧୦୮ ନମ୍ୱରକୁ ହିଁ କଲ କରିବାକୁ ହେବ। ଏ ସଂପର୍କରେ ସୂଚନା ଦେଇ ଓଡିଶାରେ ୧୦୮ ଆମ୍ୱୁଲାନ୍ସ ପ୍ରକଳ୍ପ ମୁଖ୍ୟ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ଆମ୍ୱୁଲାନ୍ସ ସେବା ପାଇଁ ଏକକ ୧୦୮ ନମ୍ୱର କରାଯିବା ଅତି ଉତ୍ତମ ପଦକ୍ଷେପ। ଏହା ଦ୍ୱାରା ଗର୍ଭବତୀଙ୍କ ଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ୱରକୁ ହିଁ କଲ କରିବେ। ପୂର୍ବରୁ ଗର୍ଭବତୀ ଏବଂ ଏକ ବର୍ଷରୁ କମ ଶିଶୁଙ୍କ ପାଇଁ ପ୍ରଚଳିତ ୧୦୨ ଆମ୍ୱୁଲାନ୍ସ ସେବା ଏବଂ ଏହାର କଲ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରଯାଇଛି। ଏହା ବାଦ ୧୦୨ କଲ ସେଣ୍ଟର ଆବଶ୍ୟକତା ଆଗକୁ ନଥିବା ଦୃଷ୍ଟିରୁ ଏହାକୁ ବନ୍ଦ କରିବା ପ୍ରକ୍ରିୟା ଧିରେ ଧିରେ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଆଶାଦିଦି ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି।’
Discussion about this post