ରିପୋର୍ଟ କାର୍ଡ / ସମ୍ବଲପୁର
ରଖେ ହରିତ ମାରେ କିଏ | ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି। ସମୟ ପ୍ରାୟ ଅପରାହ୍ଣ ୩ଟା। ଲାରିପାଲି ଜଙ୍ଗଲରେ ଥିବା ଉକ୍ତ ପରିତ୍ୟକ୍ତ ବୋରୱେଲ ଭିତରୁ ଶୁଣିବାକୁ ମିଳିଥିଲା କଅଁଳା ଶିଶୁର କାନ୍ଦ। କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଲେ। ଖବର ପାଇ ପୋଲିସ ଓ ପ୍ରଶାସନ ଆରମ୍ଭ କରିଥିଲେ ରେସ୍କ୍ୟୁ ଅପରେସନ୍। ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଯାଇଥିଲା। ପାଇପ ଭିତରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା। ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ମାଟି ଖୋଳିଥିଲା ଜେସିବି। ଜେସିବି ମାଟି ଖୋଳିବା ପରେ ଶାବଳ ଓ କୋଦାଳ ମାଟି ଖୋଳାଯାଇଥିଲା। ୮ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ଭାବେ ନବଜାତକକୁ ଉଦ୍ଧାର ପାଇଁ ଲାଗିପଡ଼ିଥିଲେ। କଠିନ ପରିଶ୍ରମ କରି ଲୁହା ପାଇପ କାଟି ନବଜାତକକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ।






More Stories
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..
ଆସୁଛି ବର୍ଷା……
ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ହତ୍ୟା…..