Report Card Odisha

| Daily Odia News

କୋର୍ଟ ପରିସରରେ ୧୪୪ ଧାରା ଜାରି….

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର କୋର୍ଟ ପରିସରରେ ପୁଣିଥରେ ୧୪୪ ଧାରା ଜାରିକରଯାଇଛି | ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କା ପ୍ରକାଶ ପାଇବାରୁ ପୁଣି ୧୪୪ ଲଗାଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ନିର୍ଦେଶରେ ସଦର ଉପଜିଲାପାଳ ତଥା ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସୋମବାର କୋର୍ଟର ୨୦୦ ମିଟର ପରିସରରେ ଧାରା ୧୪୪ ନିଷେଧାଦେଶ ଜାରି କରିଛନ୍ତି। ଏହି ଅଞ୍ଚଳରେ ଲୋକଙ୍କ ଗହଳି ନ କରିବାକୁ ନିର୍ଦେଶ ଜାରି କରାଯିବା ସହ ବ୍ୟାରିକେଡ କରି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏହି ଅଞ୍ଚଳରେ ୬ ଦିନ ପାଇଁ ଧାରା ୧୪୪ ଲାଗୁ କରାଯିବା ପରେ ସ୍ଥିତିରେ ସ୍ବାଭାବିକତା ଫେରିବାରୁ ୧୮ ତାରିଖ ଏହାକୁ ଉଠାଇ ଦିଆଯାଇଥିଲା। ​କୋର୍ଟ ପରିସରରେ ମୁତୟନ ପୋଲିସ ବାହିନୀକୁ ମଧ୍ୟ ହଟାଯାଇଥିଲା। କିନ୍ତୁ ସୋମବାର ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନାହିଁ।

Breaking News