ରିପୋର୍ଟ କାର୍ଡ / ସମ୍ବଲପୁର
ବାଇକ୍ ରାଲିରେ ପଥର ମାଡ଼ ଓ ଦୋକାନ ପୋଡ଼ି ଘଟଣାରେ ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି। ଏହାଫଳରେ ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଏଣେ ସମ୍ବଲପୁର ସହରରେ କର୍ଫ୍ୟୁ ସତ୍ତ୍ବେ ପୁଣି ହିଂସା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ତଅଁଲାପଡ଼ା ରାଣୀବଗିଚାରେ ଜଣେ ଲୋକଙ୍କ ଘର ଜଳାଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ମହିଳାଙ୍କୁ ଘଉଡ଼ାଇବାକୁ ପୋଲିସ ଲାଠିଚାଳନା କରିଥିବା ଜଣାଯାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସମ୍ବଲପୁର ଏସପି ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ ଏଯାଏ ମୋଟ ଉପରେ ୭୯ ଜଣଙ୍କୁ ଗିରଫ କରାଯାଇଛି। ହନୁମାନ ଜୟନ୍ତୀ ଅବସରରେ ଅନେକ ସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଡ଼ାଜଳା ଘଟଣାରେ ୨୬ ଜଣଙ୍କୁ ପୁଲିସ ପ୍ରଥମେ ଗିରଫ କରିଥିବା ବେଳେ ହନୁମାନ ଜୟନ୍ତୀ ଦିନ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଥିଲା। ପଥର ମାଡ଼ ଓ ଦୋକାନ ପୋଡ଼ି ଆଜି ଆଉ ୩୦ଜଣଙ୍କୁ ଗିରଫ କରାଯିବା ପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..