ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଣ୍ଡାମାନ ପୋର୍ଟବ୍ଲେୟାର ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଇଛି | ଡଙ୍ଗାରେ ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ। କୋଷ୍ଟଗାର୍ଡ ଜାହାଜ ସି-୧୪୬ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଚିକିତ୍ସା ପାଇଁ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୋଟ୍ଟି କିଛି ନିର୍ମାଣ ସାମଗ୍ରୀ ଧରି ମଙ୍ଗଳବାର ଦିନ ୧ଟା ୪୦ରେ ନିର୍ମାଣ ଉପକରଣ ଧରି ପୋର୍ଟ ବ୍ଲେୟାର ଉପକୂଳ ଛାଡ଼ିଥିଲା । ବୁଧବାର ସକାଳ ୬ଟା ସୁଦ୍ଧା ଏହା ହଟୱେ ଉପକୂଳରେ ପହଞ୍ଚିବାର ଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ପହଞ୍ଚି ପାରି ନଥିଲ। ଆଇସିଜିଙ୍କୁ ବୁଧବାର ଦିନ ସୂଚନା ମିଳିଥିଲା, ଗଙ୍ଗା-୧ ଡଙ୍ଗା ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରଠାରୁ ପ୍ରାୟ ୩୦ ନଟିକାଲ ମାଇଲ୍ସ ଦୂରରେ ଅଛି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଆଇସିଜି ସିଗ୍ନାଲ ପାଇବା କ୍ଷଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ଏବଂ ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….