ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିବସେନା ଏମପି ସଞ୍ଜୟ ରାଉତ ଭାଜପା ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଇଭିଏମ ସମ୍ବନ୍ଧରେ ସେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ସଞ୍ଜୟ ରାଉତ କହିଛନ୍ତି, ଆମେ ଇଭିଏମକୁ ଗଣତନ୍ତ୍ର ଭାବରେ ଗ୍ରହଣ କରୁନାହୁଁ। ଏଥିରେ ଆମେ କାହା ପାଇଁ ଭୋଟ ଦେଇଛୁ ତାହା ଜାଣି ନାହୁଁ। ବାଲାଟ ପେପରରେ ଆମେ କାହାକୁ ଭୋଟ ଦେଇଥିଲୁ ତାହା ଜାଣିଥିଲୁ। ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯିବା ଉଚିତ ବୋଲି ଆମେ କହିଥିଲୁ। କିନ୍ତୁ ଭାଜପା ଆମ କଥା ଶୁଣୁନାହିଁ। ଅନେକ ବଡ ଦେଶରେ ବାଲାଟ ପେପର ମାଧ୍ୟମରେ ନିର୍ବାଚନ ଅନୁଷ୍ଠିତ ହୁଏ। ସଞ୍ଜୟ ରାଉତ ଆହୁରି କହିଛନ୍ତି, ବାଲାଟ ପେପର ମାଧ୍ୟମରେ ନିର୍ବାଚନ ଆୟୋଜନ କରିବାକୁ ଅନ୍ତତଃପକ୍ଷେ ସାହସ ଦେଖାଇବା ଉଚିତ। ଭାଜପା କାହିଁକି ଇଭିଏମକୁ ଏତେ ଭଲ ପାଏ ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ଘୋଟାଲା ଅଛି କି। ଭାଜପା ଇଭିଏମ ମାଧ୍ୟମରେ କୌଣସି ସ୍କାମ କରିବାକୁ ଚାହୁଁଛି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..