Report Card Odisha

| Daily Odia News

ବଢିଲା ସଞ୍ଜୟ ସିଂଙ୍କ ବିଚାର ବିଭାଗୀୟ ହାଜତ ମିଆଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ସଞ୍ଜୟ ସିଂହଙ୍କୁ ଦିଲ୍ଲୀର ଏକ ଅଦାଲତ ଅକ୍ଟୋବର ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ଶୁକ୍ରବାରଦିନ ସଞ୍ଜୟ ସିଂହଙ୍କୁ କୋର୍ଟରେ ହାଜର କରିଥିଲା। ତାଙ୍କୁ ସ୍ବତନ୍ତ୍ର ବିଚାରପତି ଏମକେ ନାଗପାଲଙ୍କ କୋର୍ଟରେ ହାଜର କରାଯାଇଥିଲା । ଇଡି ତାଙ୍କୁ ରିମାଣ୍ଡରେ ନ ନେବାରୁ ଅଦାଲତ ତାଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କୋର୍ଟରେ ସଞ୍ଜୟ ସିଂଙ୍କ ଓକିଲ ଅନୁରୋଧ କରିଥିଲେ ଯେ ତାଙ୍କ ମହକିଲଙ୍କୁ ଜେଲରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯାଉ। ଏହା ଉପରେ କୋର୍ଟ ଜେଲରେ ସଞ୍ଜୟ ସିଂହଙ୍କୁ ଔଷଧ ଓ ଚିକିତ୍ସା ଉପକରଣ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Breaking News