Report Card Odisha

| Daily Odia News

ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍‌ ନିଷ୍ପତ୍ତି ନିଆଯିବ:ଡିଏମ୍‌ଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡିଶାରେ ୧୬ଶହରୁ ୧୭ଶହରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ବର୍ତ୍ତମାନ ସଂକ୍ରମଣ କମିଛି ସତ କିନ୍ତୁ ଯେତେ ପରିମାଣରେ ଆଶା କରାଯାଉଥିଲା, ସେତେ ପରିମାଣରେ କମିନି ସଂକ୍ରମଣ। ଖାସ୍‌ କରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ତଳକୁ ଆସୁନି। ତେଣୁ ଏଠାରେ ସଂପୂର୍ଣ୍ଣ କରିବାର ସମ୍ଭାବନା କମ୍‌ ରହୁଛି । ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍‌ ନିଷ୍ପତ୍ତି ନିଆଯିବା ବୋଲି ଡିଏମ୍‌ଟି ସିବିକେ ମହାନ୍ତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ୫ଟି ରାଜ୍ୟରେ ସଂକ୍ରମଣ ରହୁଛି । ସେଥିରେ ଆମେ ଥିଲେ ବି ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି । ଜାତୀୟ ହାରରେ ଆମ ସଂଖ୍ୟା ନଗଣ୍ୟ, ୧୦ ପ୍ରତିଶତ ବି ନୁହେଁ । ରାଜ୍ୟ ସରକାରଙ୍କ ଦ୍ୱାର ଗଠିତ ହୋଇଥିବା ବିଶେଷଜ୍ଞ ଟିମ୍‌ ଯାହା କହିବ, ତାହା ନିଷ୍ପତ୍ତି ନିଆଯିବ । ସବୁ ନିଷ୍ପତ୍ତି ସ୍ଥାୟୀ ନୁହେଁ, ଆବଶ୍ୟକ ଦେଖି ଉଚିତ୍‌ ପଦକ୍ଷେପ ନିଆଯିବ । ଭୀମ୍‌ସାରକୁ ଇକ୍‌ମୋ ମେସିନ୍‌ ନମିଳିବା ପ୍ରସଙ୍ଗରେ ଡିଏମ୍‌ଟି କହିଛନ୍ତି ଯେ, ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମି ନିର୍ମାଣଧୀନ ଅଛି । ସଂପୂର୍ଣ୍ଣ ହେଲେ, ସେବା ଆରମ୍ଭ କରାଯିବ । ରାଉରକେଲାରେ କିଛି ଦିନ ମଧ୍ୟରେ ଆରମ୍ଭ ହେବାର ରହିଛି । ଯେତେ ଶୀଘ୍ର ମାନବ ସମ୍ବଳ ଓ ଭିତ୍ତିଭୂମି ନିର୍ମାଣ ହେବ ସେତେ ଶୀଘ୍ର ଚିକିତ୍ସା ମିଳିବ । ସେହିପରି ଡେଙ୍ଗୁ ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ହୁଏ । ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡେଙ୍ଗୁ ଚିକିତ୍ସା ପାଇଁ ତାଲିମ ପ୍ରାପ୍ତ । କେବଳ ଜନସଚେତନତା ଦରକାର

 

Breaking News