ରିପୋର୍ଟ କାର୍ଡ / ଭୁବନେଶ୍ବର
ସଂସଦ ଭବନ ଭଳି ଅତ୍ୟାଧୁନିକ ଢାଞ୍ଚାରେ ବିଧାୟକମାନଙ୍କ ପାଇଁ ପ୍ରସ୍ତୁତ ହେବ ବହୁତଳ ପ୍ରାସାଦ । ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଏଥିପାଇଁ ୩ଶହରୁ ୪ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ତେବେ ଟେଣ୍ଡର ଡ଼କାଯାଇ ଭଲ ଓ ଅନୁଭବୀ କମ୍ପାନୀକୁ ଏହାର କାର୍ଯ୍ୟ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ଓବିସିସିକୁ ଅଗ୍ରୀମ ପ୍ରାୟ ୧୫୦ କୋଟି ଟଙ୍କା ଦିଆଯାଇଛି । କୋଭିଡ୍, ଜବରଦଖଲକାରୀ ଓ ପୂର୍ବତନ ବିଧାୟକ କ୍ବାର୍ଟର ଛାଡୁ ନଥିବାରୁ ଏହି କାର୍ଯ୍ୟରେ ବିଳମ୍ବ ହେଉଛି । ୮ ଜଣ ପୂର୍ବତନ ବିଧାୟକ କ୍ବାର୍ଟର ଛାଡୁ ନଥିବାରୁ ତାଙ୍କୁ ଖୁବଶୀଘ୍ର କ୍ବାର୍ଟର ଛାଡିବାକୁ କୁହାଯାଇଛି ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..