ରିପୋର୍ଟ କାର୍ଡ / କଟକ
ଆଜି ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧକାରୀ ସନ୍ତୋଷ ଉପାଧ୍ୟୟ । ୧୯୮୮ ବ୍ୟାଚର ଆଇପିଏସ ଅଧକାରୀ ସନ୍ତୋଷ ଉପାଧ୍ୟୟ । ଗତକାଲି ଅଗ୍ନିଶମ ଡିଜି ଭାବରେ ସନ୍ତୋଷ ଉପାଧ୍ୟୟଙ୍କୁ ବଦଳି କରିଥିଲେ ସରକାର । ପୂର୍ବରୁ ଅରୁଣ ରାଏ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱ ତୁଲାଉଥିଲେ । ତେବେ ଆଜି ନୂତନ ଅଗ୍ନୀଶମ ଓ ହୋମଗାର୍ଡ ଡିଜି ଭାବେ ସନ୍ତୋଷ ଉପାଧ୍ୟାୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟାଳୟରେ ପହଂଚିବା ପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ପରେ ସେ ଓଡିଶା ଅଗ୍ନିଶମ ବିଭାଗ ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ ଖୁସି ପ୍ରକଟ କରିଥିଲେ । ଏହି ଅବସରରେ ବିଭାଗକୁ ଆହୁରି ଭଲ କରି ଗଢି ତୋଳିବାକୁ ଉଦ୍ୟମ ହେବ ବୋଲି ସେ କହିଥିଲେ ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..