ରିପୋର୍ଟ କାର୍ଡ / ପୁରୀ
ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଘଣ୍ଟଘଣ୍ଟା, ନୃତ୍ୟ ସଙ୍ଗୀତ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ଶ୍ରୀକ୍ଷେତ୍ର। ମାର୍କେଟ ଛକ ନିକଟରେ ତାଳଧ୍ୱଜ ଓ ମରିଚୀକୋଟ ଛକ ନିକଟରେ ଦର୍ପଦଳନ ରଥ ପହଞ୍ଚିବାବେଳେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଥିଲା। ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ପୁଣି ରଥଟଣା ହୋଇଥିବାବେଳେ ଆଡ଼ପ ବିଜେ ନୀତି ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା: ପୋଲିସ ହାତରେ ଡିଜିଟାଲ ପ୍ରମାଣ…..
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..