ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତବର୍ଷ ଚର୍ଚ୍ଚାରେ ରହିଥିଲା ମାଟ୍ରିକ ପରୀକ୍ଷା ଫଳ | କରୋନା ମହାମାରୀ ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ରେଜଲ୍ଟ | ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁସ ଥିଲେ | ଜୁଲାଇ ୩୦ ତାରିଖରୁ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା | ଆଜି ସରିଲା ଚଳିତବର୍ଷର ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ଆସନ୍ତା ୧୨ ତାରିଖରୁ ୯ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ଖାତାଦେଖା। ଏହାପରେ ୩ ରୁ ୪ ଦିନ ପରେ ରେଜଲ୍ଟ ବାହାରିବ। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ପ୍ରଶ୍ନପତ୍ର ବଦଳ ପ୍ରସଙ୍ଗରେ ବୋର୍ଡ ସଭାପତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। ଏନେଇ ବିଭାଗୀୟ ତଦନ୍ତ ଚାଲିଛି। ସୂଚନା ଥାଉକି, ଗତ ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହୋଇଥିଲା। ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମଧ୍ୟମାରେ ୬୧ ଜଣ ଏବଂ ଓପନ ସ୍କୁଲ ସାର୍ଟିଫିକେଟରେ ୮ ହଜାର ୪ଶହ ୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ ୫୦୪ଟି ସେଣ୍ଟର କରାଯାଇଥିଲା । ସେଥିରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିଲା।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..