ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇରେ ଥିବା ଅଭିନେତା ସୋନୁ ସୁଦ୍ଙ୍କ ବାସଭବନ ଓ ଅଫିସରେ ଆୟକର ବିଭାଗ ‘ସର୍ଭେ’ କରିଛି। ବୁଧବାର ବିଳମ୍ବିତ ରାତ୍ରରେ ଆୟକର ବିଭାଗ ‘ସର୍ଭେ’ ଶେଷ ହୋଇଛି। ତେବେ ତାଙ୍କ ଘରୁ କୌଣସି ସାମଗ୍ରୀ ସିଜ୍ କରାଯାଇନଥିବା ସୂଚନା ମିଳିଛି। ଆୟକର ବିଭାଗ ବୁଧବାର ସକାଳେ ସୋନୁଙ୍କ ଘରେ ପହଞ୍ଚିଥିଲା। ସକାଳୁ ହିଁ ଆୟକର ବିଭାଗର ଏକ ଟିମ୍ ତାଙ୍କ ଘରେ ‘ସର୍ଭେ’ କରିଥିଲା । ହେଲେ ଆୟକର ବିଭାଗ ଏଯାଏ କିଛି ବି ଜବତ କରିନାହିଁ। ଆୟକର ବିଭାଗ କେବଳ ତାଙ୍କର ଘରେ ସର୍ଭେ କରିନାହିଁ ବରଂ ସୋଦୁ ସୁଦଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ମଧ୍ୟ ‘ସର୍ଭେ’ କରାଯାଇଛି। ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦ୍ୱାରା ସୋନୁ ସୁଦଙ୍କୁ ସ୍କୁଲ୍ ଷ୍ଟୁଡେଣ୍ଟସର ମେଣ୍ଟରଶିପ୍ ପ୍ରୋଗ୍ରାମର ବ୍ରାଣ୍ଡ ଆମ୍ବାସାଡର୍ କରାଯାଇଥିଲା। ଯାହାର କିଛି ଦିନ ପରେ ଆୟକର ବିଭାଗର ଏହି ‘ସର୍ଭେ’ କରିଛି। ବ୍ରାଣ୍ଡ ଆମ୍ବାସାଡର୍ ହେବା ପରେ ସୋଦୁ ସୁଦ୍ ରାଜନୀତିରେ ପାଦ ଦେବେ ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ ଖୋଦ୍ ସୋନୁ ସୁଦ୍ ଏହାର ଖଣ୍ଡନ କରିଛନ୍ତି। ସୋନୁ ସୁଦ୍ କରୋନା କାଳରେ ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଥିଲେ। ସେ କରୋନା ସମୟରେ ଅନେକ ଲୋକଙ୍କର ସହାୟତା କରିଥିଲେ। ଏହି କାମ ପାଇଁ ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ହେଲେ ସହାୟତା ପାଇଁ ସୋନୁଙ୍କ ଫଣ୍ଡିଂକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..