ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ଜାରିରହିଥିବା ଲକଡାଉନ୍ ଅବଧି ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ତାହା ଚର୍ଚ୍ଚା ହେଉଛି | ପ୍ରାୟ ଦୁଇ ମାସର ଲକଡାଉନ୍, ସପ୍ତାହାନ୍ତ ସଟ୍ ଡାଉନ୍ ଓ ପୁଣି ଆଂଶିକ ଲକଡାଉନ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ ଲାଇନ୍ ଉପରେ। ଏ ନେଇ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅପରାହ୍ନ ୨ଟା ୩୦ ମଧ୍ୟରେ ସମ୍ବୋଧନ କରିବେ। ଆଂଶିକ ଲକଡାଉନ ସରୁଥିବାରୁ ନୂଆ ଘୋଷଣା କରିପାରନ୍ତି। ଜୁଲାଇ ଗାଇଡଲାଇନ ନେଇ ସୂଚନା ଦେଇପାରନ୍ତି ମୁଖ୍ୟ ସଚିବ। ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କେଉଁ ଜିଲ୍ଲାରେ କଟକଣା ଅଧିକ କୋହଳ ହେବ, ନୂଆ ନିୟମାବଳୀ କଣ ହେବ, ତା ଉପରେ ବିଚାର ବିମର୍ଷ ଚଳାଇଛି ସ୍ୱାସ୍ଥ୍ୟ ବିଭାଗ। ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖି ସକାଳୁ ୬ରୁ ସଂଧ୍ୟା ୫ ଯାଏଁ ସବୁ ଦୋକାନ ଖୋଲିବାକୁ ଯେପରି ଅନୁମତି ଦିଆ ଯାଇଥିଲା। ସେହି ଫର୍ମୁଲା ଉପକୂଳ ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ରହିଛି।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..