ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଷଷ୍ଠ ଥର ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି ପି ରାଧାକ୍ରିଷ୍ଣନ ଗୃହ କାର୍ଯ୍ୟ ପରିଚାଳନା ପାଇଁ ଡ. ପାତ୍ରଙ୍କ ସମେତ ସାଂସଦ ଡ. ଦିନେଶ ଶର୍ମା, ଏସ ଫାଗନନ କୋନ୍ୟାକ, ଏମ ଥମ୍ବିଦୁରାଇ, ଫୁଲୋଦେବୀ ନେତମ ଓ ଘନଶ୍ୟାମ ତିୱାରୀଙ୍କୁ ନେଇ ଛଅ ଜଣିଆ ଉପାଧ୍ୟକ୍ଷ ମଣ୍ଡଳୀ ଗଠନ କରିଛନ୍ତି। ୨୦୨୦, ୨୦୨୨, ୨୦୨୩, ୨୦୨୪, ୨୦୨୫ ଏବଂ ୨୦୨୬ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ଛଅ ଥର ସ୍ଥାନ ପାଇ ଓଡ଼ିଆ ସାଂସଦ ଭାବେ ଡ. ପାତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଗତ ସପ୍ତାହରେ ସେ ନିଜ ଆଡ଼ୁ ରାଜ୍ୟସଭାରେ ବିଜେଡିର ନେତା ପଦରୁ ଇସ୍ତଫା ଦେଇଥିଲେ।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..