ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ଏକ୍ସଚେଞ୍ଜ ପାଇଁ ରହିଛି। ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ରହିଛି ଏହି ଅର୍ଥ। ଏଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ। ଲୋକମାନେ ଥରକେ ୨୦ ହଜାର ଟଙ୍କା ଯାଏ ବଦଳ କରିପାରିବେ। ସେମାନେ ଚାହିଁଲେ ପୁଣି ଧାଡ଼ିରେ ରହି ଏକାଧିକ ଥର ୨୦୦୦ଟଙ୍କା ବଦଳ କରିପାରିବେ। ବ୍ୟାଙ୍କ ଆସି ମେସିନରେ ୨୦୦୦ଟଙ୍କା ଜମା କରି ପାରିବେ। ସେ ଆହୁରି କହିଛନ୍ତି, କେତେକ ଷ୍ଟେଟ ବ୍ୟାଙ୍କ ଶାଖାରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି। ନୋଟ୍ ଏକ୍ସଚେଞ୍ଜ ପାଇଁ ସୁବ୍ୟବସ୍ଥା କରାଯାଇଛି। ଲୋକଙ୍କ ପାଇଁ ବହୁତ ସମୟ ରହିଛି। ବ୍ୟସ୍ତ ବିବ୍ରତ ନ ହୋଇ ଧୀରେଧୀରେ ବ୍ୟାଙ୍କରେ ନୋଟ୍ ବଦଳାଇ ପାରିବେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..