ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ତ୍ତମାନ ସମୟରେ ଅଧିକ ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ପିଲାମାନେ ଯେଉଁଭଳି ବେପାରୁଆ ଭାବରେ ଗାଡି ଚଳାଉଛନ୍ତି ସେଥିପାଇଁ ମଧ୍ୟ ଅନେକ ଦୁର୍ଘଟଣା ହେଉଛି । ସ୍କୁଲ ପିଲାଙ୍କୁ ଏଣିକି ଡ୍ରାଇଭିଙ୍ଗ ମନା ହୋଇଛି। ବେଆଇନ ଗାଡି ଚଳାଉଥିବା ସ୍କୁଲ ପିଲାଙ୍କୁ ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆସନ୍ତାକାଲି ଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ ଚାଲିବ ବୋଲି ସୂଚନା ଦିଆଯାଇଛି । ଏନେଇ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା ଦେଇଛନ୍ତି । ବିନା ଲାଇସେନ୍ସରେ ଡ୍ରାଇଭ କରୁଥିଲେ ପିଲାଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହିତ ଯଦି ପିଲା ଧରା ପଡିଲା ତେବେ ବାଇକ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ । ବିଶେଷ କରି ସ୍କୁଲ ଆଖ ପାଖରେ ଯାଞ୍ଚ କଡାକଡି ହେବ ବୋଲି ସୂଚନା ଦିଆଯାଇଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..