Report Card Odisha

| Daily Odia News

ପାଣିପାଗ ସ୍ଥିତିକୁ ଦେଖି ସ୍କୁଲଖୋଲିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି| ପ୍ରବଳ ଖରାକୁ ଦେଖି ରାଜ୍ୟର ‌କେତେକ ଅଞ୍ଚଳରେ କିଛି ସ୍କୁଲ ଖୋଲିଥିଲେ ମଧ୍ୟ କେତେକ ସ୍କୁଲ ବନ୍ଦ ରହିଛି। ରାଜ୍ୟରେ ଖରାଛୁଟି ବଢିବ କି ନାହିଁ ସେ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ନିଜର ପ୍ରତିକ୍ରିୟା ଦେଇଛନ୍ତି | ସେ କହିଛନ୍ତି, ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗର ସ୍ଥିତିକୁ ଦେଖି ସ୍କୁଲ ଖୋଲିବ କିମ୍ବା ବନ୍ଦ ରହିବ ସେସମ୍ପର୍କରେ ନିଷ୍ପତ୍ତି ନେବାକୁ କୁହାଯାଇଛି। ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ବଳବତ୍ତର ରହିଛି। ସ୍କୁଲ କିପରି ଖୋଲାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ଗୁରୁବାର ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Breaking News