ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ତାଙ୍କ ସଫେଇକର୍ମୀ ସ୍ବାମୀ ଆଲୋକ ଆଣିଥିବା ଅଭିଯୋଗର ତଦନ୍ତ ଜୋର୍ ଧରିଛି । ମିଳିଥିବା ସୂଚନା ଅନୁସାରେ- ପ୍ରୟାଗରାଜ୍ ଯାଞ୍ଚ୍ କମିଟି ଆଲୋକ ଓ ଜ୍ୟୋତି ମୌର୍ଯ୍ୟଙ୍କୁ ସାମ୍ନାସାମ୍ନି ବସାଇ ପଚାରାଉଚରା କରିବ। କାରଣ କମିଟିକୁ ୧ ମାସ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ସ୍ବାମୀ ଆଲୋକ ଜ୍ୟୋତି ମୌର୍ଯ୍ୟଙ୍କ ଉପରେ ଲଗାଇଥିବା ସମସ୍ତ ଅଭିଯୋଗକୁ ନେଇ ତଦନ୍ତ କରାଯିବ। ଟଙ୍କା ନେଣଦେଣରୁ ନେଇ ମନୀଷ ଦୁବେଙ୍କ ସହ ଜ୍ୟୋତିଙ୍କ ପରକୀୟା ପ୍ରୀତି ପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଅଭିଯୋଗ ଉପରେ ତଦନ୍ତ କରିବ କମିଟି। ତେବେ ପୂର୍ବରୁ ଅଭିଯୋଗ ହୋଇଥିଲା ଯେ ଜ୍ୟୋତି ମନୀଷଙ୍କୁ ବିବାହ କରି ସାରିଛନ୍ତି ବୋଲି। ବାସ୍ତବରେ ଜ୍ୟୋଜି , ମନୀଷଙ୍କୁ ବିବାହ କରିଛନ୍ତି କି ନାହିଁ ସେ ନେଇ ଜେରା ହେବ। କାରଣ ଆଲୋକ ପୂର୍ବରୁ ଅଭିଯୋଗ ଆଣି କହିଥିଲେ ଯେ ଜ୍ୟୋତି ମୌର୍ଯ୍ୟ ମନୀଷ ଦୁବେଙ୍କୁ ବିବାହ କରିଛନ୍ତି। ଦେସ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଉଥିବାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।ତେବେ ସେହି ଫଟୋଟି ଅସଲି କି ନକଲି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯାଞ୍ଚ୍ କମିଟି ମୁତାବକ, ଛାଡ଼ପତ୍ର ବିନା ଦ୍ବିତୀୟ ବିବାହ କରିବା ନିୟମର ଉଲ୍ଲଂଘନ। ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ ତ ଜ୍ୟୋତିଙ୍କ ଚାକିରି ଯିବାରୁ ନେଇ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….