Report Card Odisha

| Daily Odia News

ବିଧାୟକଙ୍କ ସୁରକ୍ଷା ବଢ଼ିଲା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ବିଧାୟକଙ୍କ ବାସଭବନ ଆଗରେ ପୁଲିସ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ୨ ନିଲମ୍ବିତ ବିଧାୟକଙ୍କୁ ମିଶାଇ ବିଜେଡିରୁ ୮, କଂଗ୍ରେସରୁ ୩ ବିଧାୟକ କ୍ରସଭୋଟିଂ କରିଛନ୍ତି। କୌଣସି ପ୍ରକାର ଅଘଟଣ ଓ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବିଧାୟକଙ୍କ ବାସଭବନର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ବିଧାୟକଙ୍କ ବାସଭବନ ଆଗରେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ବିଧାନସଭାରେ ବିଜେଡି ବିଧାୟକ ନବକିଶୋର ମଲ୍ଲିକଙ୍କ ଭୋଟ୍‌ଦାନ ସମୟରେ ବିଜେଡି-ବିଜେପି ବିଧାୟକଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ନିର୍ବାଚନ ପରେ କ୍ରସଭୋଟିଂ କରିଥିବା ବିଧାୟକ-ବିଧାୟିକାଙ୍କ ସୁରକ୍ଷା ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି।

Breaking News