Report Card Odisha

| Daily Odia News

ଅମ୍ବାନିଙ୍କ ଘର ବାହାରେ ସୁରକ୍ଷା କଡାକଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଆଣ୍ଟିଲିଆ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକ କରାଯାଇଛି | ଅତିରିକ୍ତ ପୋଲିସ ମୁତୟନ ହୋଇଛନ୍ତି। ଜଣେ ଟାକ୍ସି ଡ୍ରାଇଭର ସୂଚନା ଦେବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତା କଡାକଡି ହୋଇଛି | ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- କଣ୍ଟ୍ରୋଲ ରୁମ୍‌ରୁ ନିର୍ଦ୍ଦେଶ ମିଳିବା ପରେ ଆଜି ଆଣ୍ଟିଲିଆ ବାହାରେ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି। ସୂଚନା ଦେଇଥିବା ଟ୍ରାକ୍ସି ଡ୍ରାଇଭର ସୂତ୍ରରୁ ଜଣାପଡ଼ିଛି, ଦୁଇଜଣ ପାସେଞ୍ଜର ତାଙ୍କ ଟାକ୍ସିରେ ବସିବା ପରେ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ଠିକଣା ପଚାରିଥିଲେ। ସେମାନଙ୍କ ସାଙ୍ଗରେ ଦୁଇଟି ବଡ଼ ବ୍ୟାଗ୍‌ ଥିଲା। ସେମାନଙ୍କ କଥାବାର୍ତ୍ତାକୁ ନେଇ ଟାକ୍ସି ଡ୍ରାଇଭରର ସନ୍ଦେହ ହୋଇଥିଲା। ତେଣୁ ସେ ମୁମ୍ବାଇ ପୋଲିସ କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମୁକେଶଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଟାକ୍ସି ଡ୍ରାଇଭର ସୂଚନା ଆଧାରରେ ସେହି ଦୁଇଜଣ ପାସେଞ୍ଜରକୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୫ ତାରିଖରେ ଆଣ୍ଟିଲିଆ ବାହାରେ ଏକ ପରିତ୍ୟକ୍ତ ସ୍କର୍ପିଓ ରହିଥିବା ଘଟଣା ଚର୍ଚ୍ଚିତ ହୋଇଥିଲା। ଖବରପାଇ ପୁଲିସ ସ୍କର୍ପିଓ ଖାନତଲାସ କରିବା ପରେ ସେଥିରୁ ଜିଲୋଟିନ୍‌ ଷ୍ଟିକ୍ସ ଏବଂ ଧମକପୂର୍ଣ୍ଣ ନୋଟ୍‌ ଜବତ ହୋଇଥିଲା।

Breaking News