ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ବଢିବଢି ଚାଲିଛି | ମହାମାରୀକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ସେମିଷ୍ଟାର ପରୀକ୍ଷା ଅନଲାଇନ ମୋଡରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ବିଶ୍ୱିଦ୍ୟାଳୟ ଓ କଲେଜ ପାଇଁ ସେମିଷ୍ଟାର ପରୀକ୍ଷା ୧ ଫେବ୍ରୁଆରୀରୁ ଆରମ୍ଭ ୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଅନଲାଇନରେ ଆୟୋଜିତ କରାଯିବ । ମନ୍ତ୍ରୀ କହିଛନ୍ତି ଯେ, ‘ପ୍ରଥମ ୫ ସେମିଷ୍ଟାରର ପରୀକ୍ଷା ଅନଲାଇନରେ ଆୟୋଜିତ କରାଯିବ । ଶେଷ ସେମିଷ୍ଟାର ତ ଜୁନରେ ହେବ, ସେଥିପାଇଁ ଆମେ ସେବେ ନିଷ୍ପତ୍ତି ନେବୁ । କିନ୍ତୁ ଆମେ ଶେଷ ପରୀକ୍ଷା ଅଫଲାଇନରେ କରିବାକୁ ଚାହୁଁଛୁ । ଇଞ୍ଜିନିୟରିଂ, କଳା, ବିଜ୍ଞାନ ଓ ପଲିଟେକ୍ନିକ ଆଦି ସହିତ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଅବଷିଷ୍ଟ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରାଯିବ ।’
More Stories
ଜାଲିକାଟୁ ଖେଳରେ ୭ ମୃତ,୪୦୦ରୁ ଅଧିକ ଆହତ….
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ସୈଫ୍ଙ୍କୁ ଆକ୍ରମଣ:ସନ୍ଦୀଗ୍ଧ ଆକ୍ରମଣକାରୀ ଗିରଫ…..