ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ରବିବାର ସଂସଦ ଭବନ ନିକଟରେ ଏକ ‘ମହିଳା ସମ୍ମାନ ମହାପଞ୍ଚାୟତ’ ପାଇଁ ଡାକରା ଦେଇଥିଲେ। ନୂତନ ସଂସଦ ଭବନ ଅଭିମୁଖେ ମାଡ଼ିଯାଉଥିବା ବିରୋଧୀ କୁସ୍ତିଯୋଦ୍ଧାମାନଙ୍କୁ ଅଟକାଯାଇ ପୋଲିସ ଉଠାଇ ନେଇଥିଲା | ଏହାକୁ ନିନ୍ଦା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି କି ଗୋଟିଏ ପଟେ ନ୍ୟାୟ ଓ ନିରପେକ୍ଷ ଶାସନର ପ୍ରତୀକ ପବିତ୍ର ସେଙ୍ଗୋଲକୁ ନୂଆ ସଂସଦ ଭବନରେ ସ୍ଥାପିତ ହେଉଥିବା ବେଳେ ଏପଟେ ଦେଶକୁ ଗୌରବାନ୍ବିତ କରିଥିବା ଭାରତୀୟ କ୍ରୀଡାବିତ୍ଙ୍କୁ ରାଜରାସ୍ତାରେ ଘୋଷାଡ଼ିଛି ଦିଲ୍ଲୀ ପୋଲିସ । ଏଣୁ ସ୍ଥାପନର ପ୍ରଥମ ଦିନରେ ହିଁ ପବିତ୍ର ସେଙ୍ଗୋଲ ବଙ୍କା ହୋଇଯାଇଛି ବୋଲି କହିଛନ୍ତି ଷ୍ଟାଲିନ। ଦେଖିବାକୁ ମିଳିଛି କି ପୋଲିସ ଓ କୁସ୍ତିଯୋଦ୍ଧାଙ୍କ ଭିତରେ ସଂଘର୍ଷର ଏକ ଭିଡିଓ ଭାଇରଲ ହୋଇଛି। ଗୋଟିଏ ଭିଡିଓରେ କିଛି ମହିଳା ପୋଲିସ କର୍ମଚାରୀ ଜଣେ ମହିଳାଙ୍କୁ ବିକ୍ଷୋଭ ସ୍ଥାନରୁ ଟାଣି ନେଉଥିବାର ଦେଖିବାକୁ ମିଳିଛି। କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ପୋଲିସ ଦ୍ବାରା ଟଣାଓଟରାରେ କିଛି ମହିଳା କୁସ୍ତିଯୋଦ୍ଧା ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଭିଡିଓର କ୍ୟାପସନରେ ଲେଖାଅଛି ‘ଆମର ଚାମ୍ପିଅନମାନଙ୍କୁ ଏହିପରି ବ୍ୟବହାର କରାଯାଉଛି, ବିଶ୍ବ ଆମକୁ ଦେଖୁଛି | ସାକ୍ଷୀ ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରଙ୍କ ଏହି ଦମନ ନୀତି ବିରୋଧରେ ଆନ୍ଦୋଳନ ବ୍ୟାପକ ହେବ ଏବଂ ଆମେ ପୁଣି ଜନ୍ତର ମନ୍ତରକୁ ଫେରିବୁ।






More Stories
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……