ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟସ୍ତରରେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ୨୦୨୦ ମହିସାରୁ ସେ କ୍ୟାନସରରେ ପୀଡିତ ଥିଲେ। ରବିଶଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି, ‘ରବିଶ ତିୱାରୀଙ୍କ ପାଇଁ ସାମ୍ୱାଦିକତା ପେଶା ଥିଲା। ଆକର୍ଷଣୀୟ ବ୍ୟବସାୟକୁ ଛାଡି ସେ ଏହାକୁ ବାଛିଥିଲେ। ତାଙ୍କ ପାଖରେ ରିପୋର୍ଟିଂ ଏବଂ ତୀକ୍ଷ୍ନ ସମାଲୋଚନାର ଅତୁଳନୀୟ ପ୍ରତିଭା ଥିଲା । ତାଙ୍କର ବିୟୋଗରେ ମିଡିଆ ଜଗତ ଏକ ଭିନ୍ନ ସ୍ୱରକୁ ହରାଇଛି’ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ବିଧାତା ରବିଶ ତିୱାରୀଙ୍କୁ ଆମଠାରୁ ଶୀଘ୍ର ଛଡାଇ ନେଲେ । ମିଡିଆ ଜଗତରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ଶେଷ ହୋଇଛି । ତାଙ୍କ ରିପୋଟିଂ ପଢିବା ଏବଂ ସମୟ-ସମୟରେ ତାଙ୍କ ସହ ହୋଇଥିବା ଆଲୋଚନାରେ ମଜା ଆସୁଥିଲା । ତାଙ୍କ ସ୍ୱଭାବ ଅତ୍ୟନ୍ତ ନମ୍ର ଥିଲା। ତାଙ୍କର ବନ୍ଧୁ ଏବଂ ପରିଜନ ପ୍ରତି ସମବେଦନା । ଓ ଶାନ୍ତ !’






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..