ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନ୍ଲାଇନ୍ ଠକାମୀର ଶିକାର ହେଲେ ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ଜଣାପଡିଛି । ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି।ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଅଭିନେତ୍ରୀ ଧନୀ ଆପ୍ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କ ଅଜଣାତରେ କେହି ପ୍ୟାନ୍ ନଂ ବ୍ୟବହାର କରି ୨ହଜାର ଟଙ୍କା ଋଣ ନେଇଥିଲେ । ଏହାକୁ ସେ ଟୁଇଟ୍ କରି କହିଥିଲେ ଅଭିନେତ୍ରୀ। ଏସବୁ ପରେ ମାମଲା ବେଶ ଭାଇରାଲ ହୋଇଥିଲା। କିଛି ସମୟ ଏଭଳି ଚାଲିବା ପରେ ସନ୍ନି ନିଜେ ଟୁଇଟ୍ଟିକୁ ଡିଲିଟ୍ କରି ଦେଇଥିଲେ। ହେଲେ ତାଙ୍କର ଅଭିଯୋଗ ପାଇ କମ୍ପାନୀ ସମସ୍ୟାର ସମାଧାନ କରିଛନ୍ତି। ଏହାପରେ ସନ୍ନି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..