ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେନସେକ୍ସ ଓ ନିଫ୍ଟିରେ ପାଖାପାଖି ୧ ପ୍ରତିଶତ ହ୍ରାସ ଘଟିଛି। ଆଇଟି, ଏଫଏମସିଜି, ଧାତବ କ୍ଷେତ୍ରର କମ୍ପାନିଗୁଡ଼ିକର ଖରାପ ପ୍ରଦର୍ଶନ ଯୋଗୁ ଷ୍ଟକ ବଜାର ନିମ୍ନମୁଖୀ ହୋଇଛି। ସେନସେକ୍ସ ୫୦୮.୬୨ ପଏଣ୍ଟ (୦.୯୪%) ହ୍ରାସ ଘଟି ୫୩,୮୮୬.୬୧ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୫୭.୭୦ ପଏଣ୍ଟ୍(୦.୯୭%) ହ୍ରାସ ଘଟି ୧୬୦୫୮.୩ ପଏଣ୍ଟରେ ବନ୍ଦ ହୋଇଛି। ସେନେସକ୍ସରେ ଥିବା କମ୍ପାନି ଗୁଡ଼ିକ ମଧ୍ୟରେ ଇନଫୋସିସ୍, ନେସଲେ ଇଣ୍ଡିଆ, ପାୱାର ଗ୍ରିଡ୍ କର୍ପୋରେସନ ଅଫ୍ ଇଣ୍ଡିଆ, ଏଚସିଏଲ ଟେକ୍ନୋଲୋଜିଜ୍, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏସିଆନ୍ ପେଣ୍ଟସ ଆଦିର ସେୟାର ମୂଲ୍ୟ ଅଧିକ ମାତ୍ରାରେ ହ୍ରସା ପାଇଛି। ଅନ୍ୟପକ୍ଷରେ ଏନଟିପିସି, ଭାରତୀ ଏୟାରଟେଲ ଓ ବଜାଜ୍ ଫାଇନାନ୍ସର ସେୟାର ମୂଲ୍ୟ ବଢ଼ିଛି। ଆମେରିକା, ୟୁରୋପ ଓ ଏସିଆ ମହାଦେଶର ପ୍ରମୁଖ ଅର୍ଥନୀତି ଗୁଡ଼ିକର ଷ୍ଟକ ବଜାର ଆଜି ନିମ୍ନମୁଖୀ ରହିଥିଲା।






More Stories
ପୁଣି ବଢ଼ିଲା ସୁନା ଦର…..
ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….