Report Card Odisha

| Daily Odia News

ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା,୨ ମୋ ବସ ଓ ୨ କାର ଧକ୍କା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା ଘଟିଛି। ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ ମଝି ରାସ୍ତାରେ ଦୁଇଟି ମୋ ବସ ଏବଂ ୨ଟି କାର ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପ୍ରଥମେ ଏକ ଏସି ମୋ ବସ ଯାଉଥିବାବେଳେ ତାହା ପଛରେ ଅନ୍ୟ ଏକ ମୋ ବସ ଧକ୍କା ହୋଇଥିଲା। ଫଳରେ ପଛରେ ଆସୁଥିବା ୨ଟି କାର ହଠାତ ବ୍ରେକ ଦେବାରୁ ପଛକୁ ପଛ ପିଟି ହୋଇଯାଇଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ ରହିଥିଲା।

Breaking News