Report Card Odisha

| Daily Odia News

ବଜାରରେ ଉପଲବ୍ଧ ହେବ କରୋନା ଟିକା, ଜାଣନ୍ତୁ ମୂଲ୍ୟ କେତେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖୋଲା ବଜାରରେ ଉପଲବ୍ଧ ହେବ କରୋନା ଟିକା । ଏଥିପାଇଁ କୋଭିଶିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆଜି ଟିକା ଦର ଧାର୍ଯ୍ୟ କରିଛି। ଏସଆଇଆଇ ସିଇଓ ଅଦର ପୁନାୱାଲା ଟିକା ଦର ଘୋଷଣା କରି କହିଛନ୍ତି, ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ ପିଛା ୪୦୦ ଟଙ୍କା ରଖାଯାଇଛି। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି। ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରାଯାଇଛି। ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ଅନ୍ୟ ଦେଶ ତୁଳନାରେ ତାଙ୍କ ଟିକା ଦର କମ ଥିବା ସେ କହିଛନ୍ତି। ଆମେରିକାରେ ୧୫ଶହ, ରୁଷ୍ ଓ ଚୀନରେ ୭୫୦ ଟଙ୍କା ରହିଛି। ଟିକାକରଣକୁ ଗତିଶୀଳ କରିବାକୁ କେନ୍ଦ୍ର ସରକାର ନୂଆ ନିୟମ କରିଛନ୍ତି। ଟିକା ପ୍ରସ୍ତୁତକାରୀ କମ୍ପାନୀ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ଟିକା ଦେବା ଲାଗି କେନ୍ଦ୍ର କହିଛି। ଟିକା ଉତ୍ପାଦକ ମୋଟ ଉତ୍ପାଦନର ୫୦% ଟିକା ରାଜ୍ୟ ଏବଂ ଘରୋଇ ହସ୍ପିଟାଲକୁ ଦେଇପାରିବେ। ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ନେଇପାରିବେ।

Breaking News