Report Card Odisha

| Daily Odia News

ଭାରତ -ବ୍ରିଟେନ ବିମାନ ବାତିଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏୟାର୍ ଇଣ୍ଡିଆ ବ୍ରିଟେନ ଯାତ୍ରା ରଦ୍ଦ କରିଛି। କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୪ ରୁ ୩୦ ଯାଏଁ ବ୍ରିଟେନ ବିମାନ ରଦ୍ଦ କରାଯାଇଥିବା ନେଇ ଆଜି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। କୁହାଯାଇଛିକି ଏହି ସମୟ ମଧ୍ୟରେ ସପ୍ତାହକୁ ଦିନେ ଫ୍ଲାଇଟ ସଞ୍ଚାଳିତ କରିବାକୁ ଯୋଜନା ହେଉଛି। ଅଧିକ ସୂଚନା ପାଇଁ ୱେବସାଇଟ ଓ ସୋସିଆଲ ମିଡ଼ିଆ ଚାନେଲରେ ଅପଡେଟ ରହିବାକୁ କହିଛି। ଏୟାର ଇଣ୍ଡିଆ ବ୍ରିଟେନ ଓ ଭାରତ ମଧ୍ୟରେ ୨୪ ରୁ ୩୦ ତାରିଖ ଯାଏଁ ସମସ୍ତ ବିମାନ ରଦ୍ଦ କରିଛି। ନୂଆ ସମୟ ଓ ରିଫଣ୍ଡକୁ ନେଇ ଆଗକୁ ସୂଚନା ଦିଆଯିବ ବୋଲି କମ୍ପାନୀ କହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ୨୪ ରୁ ୩୦ ଯାଏଁ ଦିଲ୍ଲୀ ଓ ମୁମ୍ବାଇରୁ ବ୍ରିଟେନ ଯିବା ପାଇଁ ସପ୍ତାହକୁ ଦିନେ ବିମାନ ଚଲାଇବାକୁ ଯୋଜନା କରୁଛି। ଖାସ୍ କଥା ହେଲା ବ୍ରିଟେନ ବିମାନ ଯାତ୍ରାକୁ ନେଇ ପ୍ରତିବନ୍ଧକ ଘୋଷଣା କରିଥିଲା। କମ୍ପାନୀ କହିଥିଲା ଯେ ଯେଉଁ ଯାତ୍ରୀମାନେ ଭାରତରୁ ବ୍ରିଟେନ ଯାତ୍ରା କରିବାକୁ ଥିଲେ ବ୍ରିଟେନ ତରଫରୁ ପ୍ରତିବନ୍ଧକ ଘୋଷଣା ଯୋଗୁଁ ୨୪ ରୁ ୩୦ ଯାଏଁ ବ୍ରିଟେନ ଯାଉଥିବା ଓ ଆସୁଥିବା ବିମାନ ରଦ୍ଦ କରାଯାଇଛି।

 

Breaking News