ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ପ୍ରସ୍ତୁତ ହେବ ରୁଷ ଟିକା ସ୍ପୁଟନିକ-ଭି | ଆସନ୍ତା ସେପ୍ଟେମ୍ବରରୁ ସେରମ୍ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସ୍ପୁଟ୍ନିକ୍ ଭି ଟିକା | ଏନେଇ ଆଜି ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) ସୂଚନା ଦେଇଛି। ଆରଡିଆଇଏଫ ଗୋଟିଏ ବିବୃତିରେ କହିଛି, ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍ ପୁଣେ ସ୍ଥିତ ସେରମ୍ରେ ଉତ୍ପାଦନ ହେବ | ଏହାସହିତ ପ୍ରତିବର୍ଷ ଭାରତରେ ୩୦୦ ନିୟୁତରୁ ଅଧିକ ସ୍ପୁଟ୍ନିକ୍ ଭି ଟିକା ଉତ୍ପାଦନ କରିବାକୁ ଯୋଜନା ରଖାଯାଇଥିବା ଜଣାପଡ଼ିଛି। ସେରମ୍ ପୂର୍ବରୁ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରୁଛି। ସେରମ୍ ବ୍ରିଟେନରେ କୋଡାଜେନିକ୍ସର ପରୀକ୍ଷା ମଧ୍ୟ କରୁଛି। ଆରଡିଆଇଏଫ୍ ପୂର୍ବରୁ ରୁଷ୍ର ଟିକା ଉତ୍ପାଦନ ପାଇଁ ଭାରତର ଅନେକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସହିତ ଚୁକ୍ତି କରିଥିଲା।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..