ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ମସାଜ ପାର୍ଲରରେ ଚାଲୁଥିଲା ଦେହ ବେପାର। ଡିଲ୍ ଚାଲିଥିବା ବେଳେ ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ । ୪ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। ହେଲେ ଫେରାର ହୋଇଯାଇଛି ସେକ୍ସ ରାକେଟ୍ ଚଳାଉଥିବା ଦଲାଲ୍। ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରେ ଥିବା ଏକ ମସାଜ ପାର୍ଲରରେ ଦୀର୍ଘ ଦିନ ଦରି ଚାଲିଥିଲା ସେକ୍ସ ରାକେଟ୍। ମସାଜ ନାଁରେ ସେଠାରେ ଦେହ ବେପାର ଚାଲୁଥିଲା। ହେଲେ ପ୍ରମାଣ ଅଭାବରୁ କମିଶନରେଟ୍ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଶୁକ୍ରବାର କମିଶନରେଟ୍ ପୋଲିସର ଜଣେ କର୍ମଚାରୀ ଗ୍ରାହକ ହୋଇ ସେହି ମସାଜ ପାର୍ଲରକୁ ଯାଇଥିଲେ। ଡିଲ୍ ପରେ ରେଟ୍ ଛିଡ଼ିଥିଲା। ତା’ପରେ ଦେହ ବେପାରରେ ନିୟୋଜିତ ପାଇଁ ଯୁବତୀଙ୍କୁ ଡ଼କାଯାଇଥିଲା। ଯୁବତୀମାନେ ମସାଜ ପାର୍ଲରରେ ପହଞ୍ଚିବା ପରେ ଅପରାହ୍ନରେ କମିଶନରେଟ୍ ପୋଲିସ ଚଢ଼ଉ କରିଥିଲା |
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..