Report Card Odisha

| Daily Odia News

ସେକ୍ସ ରାକେଟ: ହ୍ୱାଟ୍ସଆପରେ ହେଉଥିଲା ଡ଼ିଲ,୮ କଲ ଗାର୍ଲଙ୍କ ସମେତ ୧୭ଙ୍କୁ ଗିରଫ କଲା ପୋଲିସ…..

ରିପୋର୍ଟ କାର୍ଡ / ପାଟନା

ସେକ୍ସ ରାକେଟରେ ୮ କଲ ଗାର୍ଲଙ୍କ ସମେତ ୧୭ଙ୍କୁ ଗିରଫ କଲା ପୋଲିସ| ଏଭଳି ଘଟଣା ସାମ୍ନାକୁ ଆସିଛି ବିହାର ରାଜଧାନୀ ପାଟନାର ଇଗଜିବିସନ ରୋଡ଼ ସ୍ଥିତ ଦୟାଲ ହୋଟେଲରୁ | ବହୁ ଦିନ ହେବ ଚାଲିଥିବା ସେକ୍ସ ରାକେଟର ପର୍ଦାଫାଶ ହୋଇଛି। ହୋଟେଲରେ ଚଢ଼ଉ କରି ପୋଲିସ ହୋଟେଲ ସଂଚାଳକ ପଙ୍କଜ କୁମାର, ୮ କଲ ଗାର୍ଲଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି। ଏହି ସେକ୍ସ ରାକେଟ ହାଇଟେକ ତରିକାରେ ଚାଲିଥିଲା। ଏହି ସେକ୍ସ ରାକେଟରେ ବିହାର ସମେତ ଅନ୍ୟ ରାଜ୍ୟର ଯୁବତୀମାନେ ମଧ୍ୟ ସାମିଲ ଥିଲେ। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରୁ ଯୁବତୁମାନଙ୍କୁ ଅଣାଯାଉଥିଲା। ଏହି ରାକେଟରେ ଅନେକ ହାଇପ୍ରୋଫାଇଲ ଲୋକଙ୍କ ସମ୍ବନ୍ଧ ଥିବା ମଧ୍ୟ ସାମ୍ନାକୁ ଆସିଛି। ଗିରଫ ହୋଇଥିବା କଲ ଗାର୍ଲ କହିଛନ୍ତି, ଗ୍ରାହକଙ୍କୁ ହ୍ୱାଟ୍ସଆପ ଜରିଆରେ କଲ ଗାର୍ଲଙ୍କ ଫଟୋ ପଠାଯାଇଥିଲା। ଫଟୋ ଦେଖି ଗ୍ରାହକ କଲ ଗାର୍ଲଙ୍କୁ ପସନ୍ଦ କରୁଥିଲେ। ତାପରେ ଦାମ ଧାର୍ଯ୍ୟ ହେଉଥିଲା। ୬ ହଜାରରୁ ୧୮ ହଜାର ଯାଏଁ ଦାମ ଧାର୍ଯ୍ୟ ହେଉଥିଲା। ଏହି କାମ ପାଇଁ ହୋଟେଲ ସଂଚାଳକକୁ ହୋଟେଲ ପାଇଁ ଦୈନିକ ୩୫୦୦ ଟଙ୍କା ଦିଆଯାଉଥିଲା। ଯୁବତୀଙ୍କୁ ହୋଟେଲ ରୁମରେ ଅତିକମରେ ସପ୍ତାହେ ରହିବାକୁ ପଡୁଥିଲା। ସମସ୍ତଙ୍କ ପରିଚୟ ମଧ୍ୟ ଲୁଚାଇ ଦିଆଯାଉଥିଲା। ଟାଉନ ଡିଏସପି ସୁରେଶ ପ୍ରସାଦ କହିଛନ୍ତି, ପଙ୍କଜ କୁମାର ପଚରାଉଚୁରା ବେଳେ କହିଛି ଯେ ସେ ହୋଟେଲ ଲିଜରେ ନେଇଥିଲା। ହୋଟେଲକୁ ଆସୁଥିବା ଲୋକଙ୍କ ନାଁ ଓ ଠିକଣା ହୋଟେଲ ରେଜିଷ୍ଟରରେ ଏଣ୍ଟ୍ରି ହେଉନଥିଲା। ଚଢ଼ଉ ବେଳେ ପୋଲିସ ହୋଟେଲ ରୁମରୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ହୋଟେଲ ରେଜିଷ୍ଟରରୁ ପୋଲିସକୁ କାହାର ନାଁ ଏଣ୍ଟ୍ରି ମଧ୍ୟ ମିଳିନାହିଁ। ପୋଲିସ ବର୍ତ୍ତମାନ ମାମଲାରେ କିଏ କିଏ ଜଡିତ ଏବଂ ଏହାର ତାର କେତେ ଦୂର ଲମ୍ବିଛି ସେନେଇ ଯାଞ୍ଚ ଜାରି କରୁଛି।

Breaking News