ରିପୋର୍ଟ କାର୍ଡ / ଭୁବନେଶ୍ବର
ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କ ଉପରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପାଣ୍ଡିଆନ୍ କିମ୍ବା ତାଙ୍କ ସମର୍ଥକଙ୍କୁ ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ପ୍ରବେଶ କରାଇ ନ ଦେବାକୁ ବିଜେଡି ଯୁବ ଛାତ୍ର ନେତା କହିଛନ୍ତି। ବିଜେଡି ଯୁବ ତଥା ଛାତ୍ର ନେତାମାନେ କ୍ଷୁବ୍ଧ ହୋଇ ପାଣ୍ଡିଆନ୍ଙ୍କ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସସ୍ମିତ ପାତ୍ର କାହିଁକି ପାଣ୍ଡିଆନ୍ଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ସେ ନେଇ ଯୁବ ତଥା ଛାତ୍ର ନେତା ଅଭିଯୋଗ କରିଛନ୍ତି। ଶୁକ୍ରବାର ସଂଧ୍ୟାରେ ବିଜେଡିର ବହୁ ଯୁବ ଓ ଛାତ୍ର ନେତା ଶଙ୍ଖ ଭବନରେ ପହଞ୍ଚି ଭିକେ ପାଣ୍ଡିଆନ୍, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏସବୁ ନେତାମାନେ ମିଳିତ ଭାବେ ଦଳକୁ ବୁଡ଼ାଇଦେଲେ ବୋଲି ଯୁବ ଓ ଛାତ୍ର ନେତାମାନେ ଅଭିଯୋଗ କରିଥିଲେ । ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଘଟଣା ସ୍ଥଳକୁ ଆସି ଯୁବ ଓ ଛାତ୍ର ନେତାଙ୍କୁ ବୁଝାସୁଝା କରିଥିଲେ ।






More Stories
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର କିରାଣୀ…..
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..