Report Card Odisha

| Daily Odia News

ସୁମିତ୍ରା ମହାଜନଙ୍କ ଦେହାନ୍ତ ଖବର ଟ୍ୱିଟ୍ କରି,କ୍ଷମା ପ୍ରାର୍ଥନା କଲେ କଂଗ୍ରେସ ନେତା ଶଶି ଥରୁର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଞ୍ଚି ଥାଉ ଥାଉ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶଶି ଥରୁର୍ । ସୁମିତ୍ରା ମହାଜନଙ୍କ ଦେହାନ୍ତ ହେବାର ମିଥ୍ୟା ଖବର ଗୁରୁବାର ରାତିରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କଂଗ୍ରେସ ନେତା ଶଶି ଥରୁର ସୁମିତ୍ରା ମହାଜନଙ୍କ ଦେହାନ୍ତ ବାବଦରେ ଏକ ଟ୍ୱିଟ୍ ମଧ୍ୟ କରିଥିଲେ । ଲେଖିଥିଲେ କି , ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଜୀ ଆଉ ଆମ ଗହଣରେ ନାହାଁନ୍ତି। ଭଗବାନ ଦିବଙ୍ଗଦ ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ । ତେବେ ଏହାପରେ ସୁମିତ୍ରା ମହାଜନ ଭଲ ଥିବା ଓ ଚିକିତ୍ସିତ ହେଉଥିବା ନେଇ ବିଜେପି ନେତା କୈଳାସ ବିଜୟବର୍ଗୀୟ ଟ୍ୱିଟ୍ କରିଥିଲେ । ବିଜୟବର୍ଗୀୟଙ୍କ ଟ୍ୱିଟ ପରେ ନିଜର ଭୁଲ ହୃଦୟଙ୍ଗମ କରି ଶଶି ଥରୁର ନିଜ ଟ୍ୱିଟକୁ ଡିଲିଟ୍ କରି କ୍ଷମା ପ୍ରାର୍ଥନା କରିଥିଲେ । ବିଜେପି ନେତାଙ୍କ ଟ୍ୱିଟ୍ ପରେ ଶଶି ଥରୁର୍ ଉତ୍ତର ଦେଇ କହିଥିଲେ, ସେ ସତ ଜାଣିବା ପରେ ନିଜ ଟ୍ୱିଟ୍ ଡିଲିଟ୍ କରିଦେଇଛନ୍ତି । ସୁମିତ୍ରା ମହାଜନ ଓ ସ୍ୱର୍ଗତ ସୁଷମା ସ୍ୱରାଜ ତାଙ୍କୁ ବ୍ରିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ କହିଥିବା କଥା କହି ସ୍ମୁତିଚାରଣ କରିଥିଲେ ଏବଂ ଭାବୁକ ହୋଇଥଲେ । ତେବେ ଏହା ଏକ ଫେକ୍ ଖବର ଜାଣିବା ପରେ କଂଗ୍ରେସ ନେତା ତାଙ୍କ ଟ୍ୱିଟ ଡିଲଟ୍ କରି କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ୟୁଜର ତାଙ୍କ ଟ୍ୱିଟର ସ୍କ୍ରିନସଟ୍ ସେଭ୍ କରି ଏବେ ଟ୍ରୋଲ୍ କରୁଛନ୍ତି । ଶଶି ଥରୁର କ୍ଷମା ପ୍ରାର୍ଥନ କରି ଲେଖିଛନ୍ତି, ଜାଣିନି ଏମିତି ଲୋକ ଅଛନ୍ତି, ଯେଉଁମାନେ ଏପରି ମିଥ୍ୟା ଖବର ପ୍ରଚାର କରୁଛନ୍ତି । ଭୁଲବଶତଃ ମୁଁ ବି ଫେକ ଖବରକୁ ଟ୍ୱିଟ କରିଦେଇଛି ​​। ମୋର ଶୁଭେଚ୍ଛା ସୁମିତ୍ରା ଜୀଙ୍କ ସହିତ ଅଛି । ଭଗବାନ ତାଙ୍କୁ ଦୀର୍ଘ ଜୀବନ ଦିଅନ୍ତୁ ଏବଂ ସୁସ୍ଥ ରଖନ୍ତୁ । ତେବେ କେବଳ ଶଶି ଥରୁର ଏହି ଭୁଲ କରିଥିଲେ ତା’ ନୁହେଁ, ସୁମିତ୍ରାଙ୍କ ନିଧନ ହୋଇଥିବା ଖବର କଂଗ୍ରେସ ନେତା ଅଳକା ଲାମ୍ବା ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ । ଥରୁର ଟ୍ୱିଟ୍ ଡିଲିଟ କରିବା ପରେ ସେ ମଧ୍ୟ ଟ୍ୱିଟ୍ ଡିଲିଟ୍ କରି ଦେଇଥିଲେ । ସୂଚନା ଅନୁସାରେ- ସୁମିତ୍ରା ମହାଜନ ସାମାନ୍ୟ ଜ୍ୱର ହେବା ପରେ ତାଙ୍କର କରୋନା ପରୀକ୍ଷା କରିଥିଲେ। ତେବେ ତାଙ୍କର କୋଭିଡ୍ -୧୯ ରିପୋର୍ଟ ନେଭେଟିଭ୍ ଆସିଥିଲା ​​। ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାର ରହିଥିବାନେଇ ଜଣା ପଡିଛି ।

Breaking News