Report Card Odisha

| Daily Odia News

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବ୍‌ଡେଙ୍କ କାର୍ଯ୍ୟକାଳ ଶେଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବ୍‌ଡେଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆସନ୍ତାକାଲି ନୂତନ ପ୍ରଧାନବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିବେ। ସୂଚନା ଅନୁସାରେ- ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ୍ ବୋବ୍‌ଡେଙ୍କର ୨୦୧୩ ଏପ୍ରିଲ ୧୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ | ପରେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ରୂପେ ସେ ନଭେମ୍ବର ୧୪, ୨୦୧୯ରେ ଦାୟିତ୍ୱ ନେଇଥିଲେ। ୧୪ ମାସର କାର୍ଯ୍ୟକାଳରେ ସେ କେବଳ ୯୦ ଦିନ ହିଁ କୋର୍ଟରୁମରେ ଶୁଣାଣି କରିପାରିଥିଲେ ଏବଂ କରୋନା କଟକଣା ଯୋଗୁଁ ତାଙ୍କର କାର୍ଯ୍ୟକାଳର ଅଧିକତର ଶୁଣାଣି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଇଥିଲା। ଜଷ୍ଟିସ୍‌ ବୋବଡେ କରୋନା ଭାଇରସ ମହାମାରୀ ସଂକଟରେ ଦେଶର ନ୍ୟାୟାପାଳିକା ନେତୃତ୍ୱ ନେଇଥିଲେ। କରୋନା ଲକଡାଉନରେ ସାରା ଦେଶ ଲକଡାଉନ୍‌ ଥିବା ବେଳେ ଚିଫ୍ ଜଷ୍ଟିସ୍‌ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟ ପରିଚାଳନାର ନୂଆ ଇତିହାସ ସୃଷ୍ଟି କରିଥିଲେ। ଏଣୁ ସେ ବିଦାୟୀ ଭାଷଣରେ ଶେଷ ଦିନଗୁଡିକର ଅନୁଭୂତି ବୟାନ କରିବା କଷ୍ଟକର ବୋଲି କହିଛନ୍ତି। କାରଣ ଏହି ସମୟର ପ୍ରତିକ୍ରିୟା ପ୍ରାୟତ ମିଶ୍ରିତ। ଏଣୁ ଏହା ବାକ୍ୟରେ ବୟାନ ସମ୍ଭବ ନୁହେଁ। ତେବେ ଏଭଳି ସମାରୋହ ମୋ ଜୀବନ କାଳର ନୂଆ ନୁହେଁ ହେଲେ ଆଜିର ଅନୁଭୂତି ମୋ ଲାଗି ସମ୍ପୂର୍ଣ୍ଣ ନୂଆ ବୋଲି କହିଛନ୍ତି।

Breaking News