ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳର କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ମଙ୍ଗଳବାର ୫ମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ୭୪ ବର୍ଷୀୟ ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ନେପାଳର ସର୍ବୋଚ୍ଚ ଅଦାଲତ ସୋମବାର ଆଦେଶ ଦେଇଥିଲେ । ଏହା ସହ ନେପାଳର ସର୍ବୋଚ୍ଚ ଅଦାଲତ ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି। ଲୋକସଭା ଭାଙ୍ଗିବା ବିରୋଧରେ ମୋଟ ୩୦ ଟି ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ନେପାଳୀ କଂଗ୍ରେସ ର ରାଷ୍ଟ୍ରପତି ଶେର ବାହାଦୂର ଦେଉବାଙ୍କ ସମେତ ୧୪୬ ଜଣ ସାଂସଦ ଏହି ରିଟ୍ ପିଟିସନ ଦାଖଲ କରିଥିଲେ | ପିଟିସନରେ ଲୋକସଭା ପୁନଃ ସ୍ଥାପନ ଏବଂ ଦେଉବାଙ୍କୁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ଭଣ୍ଡାରୀ ମେ ୨୨ରେ ପାଞ୍ଚ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଲୋକସଭାକୁ ଭାଙ୍ଗି ନଭେମ୍ବର ୧୨ ଏବଂ ନଭେମ୍ବର ୧୯ ରେ ଆକସ୍ମିକ ନିର୍ବାଚନ କରିବାକୁ ଘୋଷଣା କରିଥିଲେ। ଏହି ପଦକ୍ଷେପ ବିରୋଧରେ ସୁପ୍ରିମକୋର୍ଟରେ ୩୦ ଟି ଆବେଦନ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଓଲି ବର୍ତ୍ତମାନ ୨୭୫ ସଦସ୍ୟ ବିଶିଷ୍ଟ ଗୃହରେ ବିଶ୍ୱାସ ଭୋଟ୍ ହରାଇବା ପରେ ଏକ ସଂଖ୍ୟାଲଘୁ ସରକାରର ନେତୃତ୍ୱ ନେଉଛନ୍ତି। ତେବେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। ଏଥିସହ ପାର୍ଲାମେଣ୍ଟ ପୁନଃସ୍ଥାପନ ପାଇଁ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରି ବିରୋଧୀ ଦଳ ନେତା ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ରାଷ୍ଟ୍ରପତିଙ୍କୁ କହିଥିଲେ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..