ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୦୫ /୦୩ / ୨୦୨୧
ପଶ୍ଚିମବଙ୍ଗ ରାଜନୀତି ମଇଦାନକୁ ଓହ୍ଲାଇବନି ଉଦ୍ଧବଙ୍କ ଶିବସେନା । ଦଳ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବନି ବରଂ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ ବୋଲି ଶିବସେନା ଘୋଷଣା କରିଛି। ପୂର୍ବରୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା ଶିବସେନା। ଏବେ ଟିଏମ୍ସିକୁ ସମର୍ଥନରେ ଛିଡ଼ା ହେବାକୁ ପ୍ରତିଶ୍ରୁତି ଦେଇଛି। ବରିଷ୍ଠ ଶିବସେନା ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ୍ ଟୁଇଟ୍ କରି ଏହା ଜଣାଇଛନ୍ତି। ଦଳ ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ପୂର୍ବରୁ ଆର୍ଜେଡି ଏବଂ ସମାଜବାଦୀ ପାର୍ଟି ମମତାଙ୍କ ଦଳକୁ ସମର୍ଥନ ଜଣାଇଛି।






More Stories
ଦିଲ୍ଲୀରେ କୃତ୍ରିମ ବର୍ଷା ପ୍ରକ୍ରିୟା ଆରମ୍ଭ…..
ଆକଳନ ହେଲା ଭୁଲ,ନରସାପୁରେ ସ୍ଥଳଭାଗ ଛୁଁଇଲା ମନ୍ଥା……
୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ……