Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ବିରୋଧରେ ‘ଦିଦି ଓ ଦିଦି’ କମେଣ୍ଟକୁ ଆପତ୍ତି ଦର୍ଶାଇଛନ୍ତି ଶୋଭନଦେବ ଚଟ୍ଟୋପାଧ୍ୟାୟ….

ରିପୋର୍ଟ କାର୍ଡ / କୋଲକାତା

ଭବାନୀପୁର ବିଧାନସଭା ଆସନରୁ ଏଥର ମମତା ବାନାର୍ଜୀଙ୍କ ବଦଳରେ ରାଜ୍ୟର ବିଜୁଳି ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ଟିଏମସି ପ୍ରାର୍ଥୀ ହୋଇଛନ୍ତି । ୭୭ ବର୍ଷ ବୟସ୍କ ବରିଷ୍ଠ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟ ଜଣେ ଜଣାଶୁଣା ବକ୍ସର। ସେ କୋଲକାତାର ଭଦ୍ରଲୋକ ସମ୍ପ୍ରଦାୟର। ସେ ଏମିତି ଜଣେ ନେତା ଯିଏ ନିର୍ବାଚନୀ ପ୍ରଚାର ସମୟରେ ବିରୋଧୀଙ୍କ ବିରୋଧରେ କଡା ଶବ୍ଦ ବ୍ୟବହାର କରନ୍ତି ନାହିଁ। ସେ ସଭ୍ୟ ନିର୍ବାଚନୀ ପ୍ରଚାର ଉପରେ ବିଶ୍ୱାସ କରନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ବିରୋଧରେ ‘ଦିଦି ଓ ଦିଦି’ କମେଣ୍ଟକୁ ଆପତ୍ତି ଦର୍ଶାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଉଛନ୍ତି ତାହା ଠିକ ନୁହେଁ। ଆମର ମହିଳା ଭୋଟର ଏଥିପାଇଁ ଖୁବ୍ଧ। ଏହା ବହୁତ ଖରାପ ଶବ୍ଦ। ସେ ଦେଶର ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ତାଙ୍କ ପ୍ରତି ଏହିଭଳି ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ। ମୋଦି ଓ ଅମିତ ଶାହ ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ମନ୍ତ୍ରୀ। ସେମାନେ ଏହିଭଳି ଶବ୍ଦ ବ୍ୟବହାର କରିବା ଅନୁଚିତ। ଆପଣ ଦେଖିବେ ମହିଳା ଭୋଟର ମମତାଙ୍କୁ ସମର୍ଥନ କରିବେ।’ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରଚାର ସମୟରେ ଦାନବ ଓ ଦୁର୍ଯ୍ୟୋଧନ ଭଳି କଠୋର ଶବ୍ଦ ମଧ୍ୟ ବ୍ୟବହାର କରିଛନ୍ତି। ଏହି ପ୍ରସଙ୍ଗରେ ଶୋଭନଦେବ ଚଟ୍ଟୋପାଧ୍ୟାୟ କହିଛନ୍ତି, ଦାନବ ଏକ ଖରାପ ଶବ୍ଦ। ସାହିତ୍ୟରେ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ମୋଦି ଯେଉଁଭଳି କଡା ଶବ୍ଦ ବ୍ୟବହାର କରୁଛନ୍ତି ତାର ବିପରୀତ ଲୋକେ ପ୍ରତିକ୍ରିୟା ରଖିଥାନ୍ତି। ରବିବାର ଦିନ ମମତା ବାନାର୍ଜୀ ଶୋଭନଦେବଙ୍କ ପାଇଁ ରୋଡ଼ ଶୋ’ କରିଥିଲେ। ଉଭୟ ଭବାନୀପୁର ଓ ନନ୍ଦିଗ୍ରାମରୁ ଟିଏମସି ବିଜୟୀ ହେବ ବୋଲି ମମତାଙ୍କ ଆଶା। ମମତା ଓ ଶୋଭନଦେବଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି। ଗତ ୧୦ ବର୍ଷ ହେଲା ଭବାନୀପୁର ମମତାଙ୍କ ଆସନ। କିନ୍ତୁ ଏଥର ଏହି ଆସନରୁ ଶୋଭନଦେବ ଲଢ଼ୁଛନ୍ତି। ଏହି ଆସନରୁ ସେ ନିଶ୍ଚୟ ବିଜୟୀ ହେବେ ବୋଲି ସେ କହିଛନ୍ତି।

Breaking News