ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସଂକ୍ରମକୁ ରୋକିବା ପାଇଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରିରହିଛି | ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜେଡି ଏବେ ପିପିଲି ଉପ ନିର୍ବାଚନରେ ସାଧାରଣସଭା ଓ ରାଲି କରିବନାହିଁ । କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ । ଟ୍ୱିଟ କରି ଲେଖିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରୁଛି ତେଣୁ ଏଭଳି ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିରେ ପିପିଲି ଉପନିର୍ବାଚନ ପାଇଁ କୌଣସି ସାଧାରଣ ସମାବେଶ କିମ୍ବା ରାଲି ସଭା ନକରିବାକୁ ନିଷ୍ପତ୍ତି ନେଇଛି ବିଜେଡି। ଆହୁରି ମଧ୍ୟ ଲେଖିଛନ୍ତି, ଏକ ଦାୟିତ୍ୱପୂର୍ଣ୍ଣ ଦଳ ଭାବରେ ବିଜେଡି ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ପସନ୍ଦ କରିବ ନାହିଁ। ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ପ୍ରତିଯୋଗିତା କରୁ । ଯଦି ଏହି ଅଭିଯାନର ଜୀବନ ପ୍ରତି ବିପଦ ରହିଛି, ତେବେ ମୁଁ ପ୍ରଚାରର ଅବଧି ଏବଂ ପଦ୍ଧତିର ପୁନର୍ବିଚାର କରିବାକୁ ରାଜନୈତିକ ଦଳଗୁଡିକ ଏବଂ ଜାତୀୟ ନିର୍ବାଚନ କମିଶନଙ୍କୁ ନିବେଦନ କରିବି ।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..