ରିପୋର୍ଟ କାର୍ଡ / ଢେଙ୍କାନାଳ
ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଢେଙ୍କାନାଳ ହିନ୍ଦୋଳ ବ୍ଲକ ରାସୋଳ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଗତକାଲି ରାତିରେ ୫ ଜଣ ସାଙ୍ଗ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ। ମାନପୁର ଗାଁର ପ୍ରଶାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଶିକାର ପାଇଁ ଗୁଳି ଚଳାଇବାବେଳେ ଅନ୍ୟ ଜଣେ ସାଙ୍ଗ ବାବୁଲା ନାୟକ ଦେହରେ ବାଜିଥିଲା। ଏବଂ ଘଟଣାସ୍ଥଳରେ ବାବୁଲାର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକକୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟ ସାଙ୍ଗ ମାନଙ୍କୁ ଡାକି ମଧ୍ୟ ପୋଲିସ ଅଧିକ ପଚରାଉଚରା କରୁଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..