ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ପର୍ବ ଆଲୋଚନା ଚକ୍ରରେ ଉଦବୋଧନ ଦେବେ । ସକାଳ ସାଢେ ୧୦ଟାରେ ଉଦଘାଟନ ଉତ୍ସବରେ ଭିଡିଓ କନଫେରେନସିଂ ମାଧ୍ୟମରେ ଉଦବୋଧନ ରଖିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିବେ । ଭାରତୀୟ ସାଙ୍କେତିକ ଭାଷା ଶବ୍ଦ କୋଷ, ଦୃଷ୍ଟିହୀନଙ୍କ ପାଇଁ କଥା ପୁସ୍ତକ, ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋର୍ଟାଲ ଇତ୍ୟାଦିର ଶୁଭାରମ୍ଭର କାର୍ଯ୍ୟକ୍ରମ ରହିଛି । ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଏବଂ ସୃଜନାତ୍ମକ ଶିକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଶିକ୍ଷକ ପର୍ବ-୨୦୨୧ ଆୟୋଜନ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ଅହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..