ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ଲେଖିଛନ୍ତି କି ୨୦୧୯ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ ଲଢିଥିଲେ ସ୍ମୃତିରେଖା । କଂଗ୍ରେସ ଦିନକୁ ଦିନ ତଳକୁ ଯାଉଛି । ତେଣୁ ଦଳ ଉପରେ ଭରଷା ପାଉନାହିଁ । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସ୍ମିତାରାଣୀ ହତ୍ୟାକାଣ୍ଡ, ମାମୁଁ ଭଣଜା ଘାଇ ଘଟଣା ହେଉ କିମ୍ବା ଖଣି ଖାଦାନ ମାମଲାରେ ସ୍ୱର ଉତୋଳନ କରିବା ପାଇଁ ମୋତେ କଂଗ୍ରେସସ ସହଯୋଗ କଲାନାହିଁ | କଂଗ୍ରେସର ରାଜ୍ୟ ନେତୃତ୍ୱ ଠାରୁ କେନ୍ଦ୍ର ନେତୃତ୍ୱ ପର୍ଯ୍ୟନ୍ତ ମୋ କଥାକୁ ଅଣଦେଖା କଲେ | ଆଉ ଲେଖିଛନ୍ତି କି ଓଡିଶା ମାଟିରେ କଂଗ୍ରେସ ପାର୍ଟି ଆଗକୁ ବଢ଼ିପାରିବ ନାହିଁ | ସାରା ଓଡ଼ିଶାରେ ନିଜ ଦଳକୁ ବଢାଇବା ପାଇଁ କଂଗ୍ରେସର ନା କିଛି ଯୋଜନା ଅଛି ନା ଆଗମୀଦିନ ପାଇଁ କିଛି ଚିନ୍ତା କରୁଛି | ସେଥିପାଇଁ କଂଗ୍ରେସରୁ ସ୍ମୃତିରେଖା ଇସ୍ତଫା ଦେଇଥିବା ନେଇ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।






More Stories
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାଜପା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….
ଟିମ ଇଣ୍ଡିଆ କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ନବୀନ…..