ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଟୀକାକରଣ ମଧ୍ୟରେ ବଢିଚାଲିଛି କରୋନା ସଂକ୍ରମଣ | କୋଭିଡ୍-୧୯ ର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତୀୟ ମେଡିକାଲ୍ ଆସୋସିଏସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଛନ୍ତି ଯେ,୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଟିକାକରଣ କରାଯିବା ଉଚିତ। ମହାମାରୀର ମାତ୍ରାକୁ ହ୍ରାସ କରିବା ପାଇଁ IMA ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଅଭିଯାନକୁ ଅଗ୍ରସର କରିବାକୁ ପରାମର୍ଶ ଦେଇଥିଲା। ସେମାନେ ପ୍ରକାଶ କରିଛନ୍ତି ଯେ ୧୮ ରୁ ୬୦ ବର୍ଷ ଗୋଷ୍ଠୀ ହେଉଛି ଭାରତର କାର୍ଯ୍ୟରତ ଜନସଂଖ୍ୟା, ଏକ ଉନ୍ନତ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପାଇଁ ସେମାନଙ୍କୁ ଯଥାଶୀଘ୍ର ଟିକା ଦିଆଯିବା ଆବଶ୍ୟକ। ତେବେ ଟିକାକରଣ ପାଇଁ କିଛି ନିର୍ଦ୍ଦିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇଛି | ଦେଶରେ ସବୁ ବୟସର ଲୋକଙ୍କୁ ଟିକା ଦେବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ | ଆଉ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ |
More Stories
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବଇ ପ୍ରଧାନ ବିଚାରପତି ନିଯୁକ୍ତ…..
ଭୀଷଣ ବର୍ଷାରେ ଭୁଶୁଡିଲା କାନ୍ଥ: ୮ ମୃତ…..
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ:୧୪ ମୃତ…..