ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମିକସହ ହୋଟେଲରେ ଥିଲେ ମହିଳା ସ୍ୱାମୀଙ୍କ ସହିତ ହୋଇଗଲା ସାମ୍ନାସାମ୍ନୀ | ସ୍ବାମୀ ଆରମ୍ଭ କରିଦେଇଥିଲେ ମାଡ । ଏଭଳି ଘଟଣା ପଞ୍ଜାବର ଅମୃତସରରେ ପତି-ପତ୍ନୀଙ୍କ ମଧ୍ୟରେ ଡ୍ରାମା ଦେଖିବାକୁ ମିଳିଛି | ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଛି । ସୂଚନା ଅନୁସାରେ-ମହିଳାଙ୍କ ସହିତ ତାଙ୍କ ସ୍ବାମୀଙ୍କର ଛାଡପତ୍ର ମାମଲା ଜାରିରହିଛି । ସ୍ବାମୀଙ୍କ ଠାରୁ ସମସ୍ତ ଟଙ୍କା ନେବାପରେ ମଧ୍ୟ ମହିଳାଜଣକ ଛାଡପତ୍ର ଦେବାକୁ ଧରାଛୁଆଁ ଦେଉନଥିଲେ । ତେବେ ମହିଳାଜଣକ ଏକ ହୋଟେଲରେ ଥିବା କୌଣସି ସୂତ୍ରରୁ ଖବର ପାଇଥିଲେ ତାଙ୍କ ସ୍ବାମୀ । କିଛି ବନ୍ଧୁମାନଙ୍କ ସହିତ ଉକ୍ତ ହୋଟେଲରେ ପହଞ୍ଚିଯାଇଥିଲେ। ସେଠାରେ ପତ୍ନୀଙ୍କୁ ଦେଖିବା ପରେ ଆରମ୍ଭ କରିଦେଇଥିଲେ ମାଡ । ୬ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ବାହାଘରର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହୋଇଯାଇଥିଲା । ମହିଳାଙ୍କ ସ୍ବାମୀ ପୋଲିସ କନଷ୍ଟେବଲ ଏବଂ ସେ ଜଳନ୍ଦରରେ ରୁହନ୍ତି । କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ, କୌଣସି ବ୍ୟକ୍ତି ସହ ତାଙ୍କ ପତ୍ନୀଙ୍କର ଅବୈଧ ସମ୍ପର୍କ ଅଛି । ଏହା ପରେ ସେ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଛାଡପତ୍ରରେ ଦସ୍ତଖତ କରିବା ପାଇଁ ଟଙ୍କା ଦାବି କରିବା ପରେ ଯୁବକଜଣକ ତାଙ୍କ ପିତ୍ନୀଙ୍କୁ ଟଙ୍କା ଦେଇଥିଲେ । ଏହା ପରେ କିନ୍ତୁ ସେ ଧରାଛୁଆଁ ଦେଇନଥିଲେ । ପୋଲିସ ଅଧିକାରୀ ରୋବିନ୍ ହଂସ କହିଛନ୍ତି, ମାମଲାର ଯାଞ୍ଚ ଜାରି ରହିଛି । ପ୍ରେମୀ ଯୁଗଳଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଜାରି ରହିଛି ।
More Stories
ଅଲଗା ହେଲେ ୟୁଜବେନ୍ଦ୍ର ଓ ଧନଶ୍ରୀ….
ବସ୍ ଜଳି ୪ଜଣଙ୍କ ମୃତ୍ୟୁ,ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର….
ଟି-ଶର୍ଟ ଖୋଲିକି ଆସିଲେ ସଂସଦ ଚାଲିବ:ଓମ ବିର୍ଲା…..